ରାୟଗଡ଼ା ଜିଲ୍ଲାରେ ପହଞ୍ଚିଲା କରୋନା ଟିକା

ରାୟଗଡା, ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଆଜି ପହଞ୍ଚିଛି କରୋନା ଟିକା। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଟିକା ଆସି ପହଞ୍ଚିବା ପରେ ଜିଲ୍ଲା ଟିକା ସଂରକ୍ଷଣ କେନ୍ଦ୍ରରେ ରଖାଯାଇଛି। ଏଠାରୁ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନକୁ ପଯ୍ୟାୟ କ୍ରମେ ପଠାଯିବ। ଟିକାର ସଂରକ୍ଷଣ ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ତଦାରଖ କରିବା ପାଇଁ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଜିଲ୍ଲା ଟିକା ସଂରକ୍ଷଣ କେନ୍ଦ୍ର ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଛନ୍ତି । ଟିକା ସଂରକ୍ଷଣ, ଶୀତଳିକରଣ ଓ ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୪୦୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୦୦୦ ଟିକା ପହଞ୍ଚିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।