କାର୍ଯ୍ୟସ୍ଥଳୀରେ ଖୁବଶୀଘ୍ର ଲାଗିବ ଟିକା

ନୂଆଦିଲ୍ଲୀ: ସରକାରୀ ଓ ଘରୋଇ କାର୍ଯ୍ୟସ୍ଥଳୀରେ ଯଥାଶୀଘ୍ର ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକା ପ୍ରଦାନ କରାଯିବ। ବିଶେଷ ସୁତ୍ରରୁ ଜଣାପଡ଼ିଛି କି, କାର୍ଯ୍ୟସ୍ଥଳୀରେ ଟିକାକରଣ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଚିଠି ଲେଖିଛନ୍ତି। କାର୍ଯ୍ୟସ୍ଥଳୀରେ ଏକାଥରକେ ୧୦୦ ଜଣଙ୍କୁ ଟିକା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଦେଶରେ ନୂଆ କରୋନା ମାମଲା ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ଟିକାକରଣ ଅଭିଯାନକୁ ବଢ଼ାଇବା ଉଦ୍ଦେଶ୍ୟରେ କାର୍ଯ୍ୟସ୍ଥଳୀରେ ଟିକା ଲଗାଇବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।