କ.ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ: ୯୦ ଜଣ ନେଲେ ଟିକା

କ.ନୂଆଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୯୦ ଜଣ ଟିକା ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ସଫେଇ କର୍ମଚାରୀ, ଆଶା ଦିଦି, ଅଙ୍ଗନବାଡ଼ି ଓ ଡ଼ାକ୍ତର ସାମିଲ୍ ଅଛନ୍ତି। ଏଥିରେ ନୋଡ଼ାଲ ଅଧିକାରୀ ଭାବେ ବାଲିଗୁଡ଼ା ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ସୁରେଶ ଚନ୍ଦ୍ର ପ୍ରଧାନ, ବିଡ଼ିଓ ଶରତ କୁମାର ପାତ୍ର, ସିଡ଼ିିପିଓ ଦୈପଦୀ କହଁର ପ୍ରମୁଖ ଉପସ୍ଥିତ ଥିଲେ। କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ରାକେଶ କୁମାର ବେହେରା, କରିସ୍ମା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଟିକାକରଣ କାର୍ଯ୍ୟକ୍ରମରେ ୨ଟି ଦଳ ସାମିଲ ହୋଇଥିଲେ।

ପ୍ରତ୍ୟେକ ଦଳରେ ୫ ଜଣ ଲେଖାଏଁ ସ୍ୱାସ୍ଥ୍ୟ କର୍ମଚାରୀ ସାମିଲ ଥିଲେ। ସର୍ବଶେଷ ରିପୋର୍ଟ ପ୍ରକାରେ, ଆଜି ପ୍ରଥମ ଦିନରେ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଜଣ ଡ଼ାକ୍ତର, ୪ ଜଣ ଷ୍ଟାଫ୍ ନର୍ସ, ୨ ଜଣ ଫାର୍ମାସିଷ୍ଟ, ଜଣେ ଏଏନ୍ଏମ୍, ୭ ଜଣ ସ୍ୱଚ୍ଛ କର୍ମଚାରୀ, ୨ ଜଣ ସିକ୍ୟୁରିଟି ଏବଂ ଅନ୍ୟ ୬୯ ସ୍ୱାସ୍ଥ୍ୟକର୍ମୀ ଟିକା ଗ୍ରହଣ କରିଥିଲେ।