ନୂଆଦିଲ୍ଲୀ: କରୋନା ଟେଷ୍ଟ ପାଇଁ ଭାରତ ସରକାର ଏବେ ଏକ ନୂଆ ପଦ୍ଧତି ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ସିଏସଆଇଆରର ଆଇଜୀଆଇବି ଟିମ୍ ଏକ ନୂଆ ପ୍ରକାର ଟେଷ୍ଟ କିଟ୍ ପ୍ରସ୍ତୁତ କରିଛନ୍ତି। ଏହି ଟେଷ୍ଟକୁ ‘ଫେଲୁଦା’ ନାମ ଦିଆଯାଇଛି। କାଗଜର ପତଳା ଷ୍ଟ୍ରିପରେ ବାହାରିବା ଲାଇନ କିଛି ମିନିଟରେ ସୂଚାଇଦେବ ଜଣେ କରୋନା ପଜିଟିଭ କି ନୁହେଁ। ପେପର ଦ୍ୱାରା ହେଉଥିବା ଫେଲୁଦା ଟେଷ୍ଟରେ ଏକ ସଲ୍ୟୁସନ ଲାଗିଛି। ଷ୍ଟ୍ରିପରେ ପ୍ରଥମେ ଏକ କଣ୍ଟ୍ରୋଲ ବ୍ୟାଣ୍ଡ ଦେଖାଯିବ, ଏହି ବ୍ୟାଣ୍ଡ ରଙ୍ଗ ବଦଳାଇଲେ ଜଣାପଡ଼ିବ କି ବ୍ୟାଣ୍ଡଟି ଠିକ୍ ଭାବେ ବ୍ୟବହୃତ ହୋଇଛି କି ନାହିଁ। ଦ୍ୱିତୀୟ ବ୍ୟାଣ୍ଡଟି ହେଉଛି ଟେଷ୍ଟ ବ୍ୟାଣ୍ଡ, ଏହି ବ୍ୟାଣ୍ଡର ରଙ୍ଗ ବଦଳିବାର ଅର୍ଥ ବ୍ୟକ୍ତି ଜଣକ କରୋନା ପଜିଟିଭ ବୋଲି ଜଣାପଡ଼ିବ। ଆଉ ଯଦି କୌଣସି ବ୍ୟାଣ୍ଡ ନ ଦିଶିବ ତା’ହେଲେ ବ୍ୟକ୍ତି ଜଣକ କରୋନା ନେଗେଟିଭ ବୋଲି ସ୍ପଷ୍ଟ ହୋଇଯିବ। ଏହି ପଦ୍ଧତି ଜିକା ଭାଇରସ ଟେଷ୍ଟିଂ ଲାଗି ପୂର୍ବରୁ ବ୍ୟବହୃତ ହୋଇସାରିଛି। ଏହି ପେପର ଷ୍ଟ୍ରିପ୍ ଟେଷ୍ଟ କିଟକୁ ଜିନୋମିକ୍ସ ଏବଂ ଇଣ୍ଟିଗ୍ରେଟିବ ବାୟୋଲୋଜୀର ଦୁଇ ଜଣ ବୈଜ୍ଞାନିକ ପ୍ରସ୍ତୁତ କରିଛନ୍ତି।