ନୂଆଦିଲ୍ଲୀ,ଏଜେନ୍ସି: ଚୀନ୍, ଇରାନ୍, ଇଟାଲି ପରେ ଏବେ ଭାରତକୁ ଘାରିଛି କୋରୋନା ଚିନ୍ତା। ବର୍ତ୍ତମାନ ସୁଦ୍ଧା ଭାରତରେ ୨୯ଜଣ କୋରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଦେଶରେ ଥିବା ଅନ୍ୟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଇଟାଲିର ୧୬ ଜଣ ପର୍ୟ୍ୟଟକ ଅଛନ୍ତି। ସେହିପରି ଗୁଜୁରାଟର ସୁରଟରେ ମଧ୍ୟ ଦୁଇ କୋରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ଦିଲ୍ଲୀର କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିବା ଯୋଗୁଁ ତାଙ୍କ ପରିବାରର ୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଇଟାଲିରୁ ଭାରତ ଭ୍ରମଣରେ ଆସିଥିବା ଏକ ଗୋଷ୍ଠୀର ୧୬ ଜଣ କରୋନା ଆକ୍ରାନ୍ତ ହୋଇଥିବାରୁ ସେମାନେ ରହୁଥିବା ହୋଟେଲ ଏବଂ ଅନ୍ୟ କେତେକ ସ୍ଥାନରେ ଏବେ ଯାଞ୍ଚ ଚାଲିଛି।