କରୋନା ଆତଙ୍କ : ଆଇପିଏଲ୍ ବନ୍ଦ ପାଇଁ କୋର୍ଟରେ ଆବେଦନ

ବେଙ୍ଗାଲୁରୁ : କରୋନା ଭୂତାଣୁ(ଭାଇରସ୍) ସମଗ୍ର ବିଶ୍ୱରେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି । କରୋନାର ନଜର ଚଳିତ ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍(ଆଇପିଏଲ)ର ୧୩ତମ ସଂସ୍କରଣ ଉପରେ ପଡ଼ିଛି । ଆଇପିଏଲ ବନ୍ଦ କରିବା ପାଇଁ ମଙ୍ଗଳବାର ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଦେଶରେ ବର୍ତ୍ତମାନ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା କାରଣରୁ ଆଇପିଏଲ ବନ୍ଦ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଇନଜୀବୀ ଜି ଆଲେକ୍ସ ବେନଜିଗର ଏଭଳି ଆବେଦନ କରିଛନ୍ତି । ଆସନ୍ତାକାଲି ଡିଭିଜନ ବେଞ୍ଚର ବିଚାରପତି ଜଷ୍ଟିସ ଏମଏମ୍ ସୁନ୍ଦରେଶ ଓ କ୍ରୀଷ୍ଣନ ରାମାସ୍ୱାମୀ ଏହାର ଶୁଣାଣି କରିବେ ।