ପୁରୀ,ଏନ୍ଏନ୍ଏସ୍: ସ୍ନାନ ପୂର୍ଣ୍ଣିମାରେ ଗରାବଡୁ ସେବାୟତଙ୍କ ଭୂମିକା ଅଧିକ ଗୁରୁତ୍ୱ ପୂର୍ଣ୍ଣ। ଏ ନେଇ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଗରାବଡୁ ସେବାୟତଙ୍କର ହେବ କରୋନା ଟେଷ୍ଟ ପାଇଁ ନିଷ୍ପତି ହୋଇଛି। ଆଜି ନୀଳାଦ୍ରି ଭକ୍ତ ନିବାସ ପରିସରରେ ୧୭୨ଜଣ ଗରାବଡୁ ସେବାୟତଙ୍କୁ କୋଭିଡ ସଚେତନତା ବୈଠକ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସିଡିଏମଓଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।
ତେବେ କିଭଳି ଭାବରେ କୋଭିଡ ୧୯ର ଗାଇଡଲାଇନ ମାନି ସମ୍ପୃକ୍ତ ସେବାୟତ ମାନେ ସ୍ନାନପୂର୍ଣ୍ଣମା ଦିନ ଦିନ ତମାମ ନୀତିକାନ୍ତି ସଂପାଦନ କରିବେ ସେ ନେଇ ବୈଠକରେ ଆଲୋଚନା କରାଯାଉଛି। ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ଗରାବେଡୁ ସେବାୟତମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନଙ୍କୁ କରୋନା ପାଇଁ ସଚେତନ କରାଯାଉଛି। କିଭଳି ସାମାଜିକ ଦୂରତା ବଜାୟ ରଖିବା ସହ ମୁହଁରୁ ମାସ୍କ ପିନ୍ଧି ଅଧିବାସ ଗୃହରୁ ୧୦୮ ଗରା ସୁବାସିତ ଜଳ ସ୍ନାନମଣ୍ଡପ ଉପରକୁ ନେବେ ସେଥିପାଇଁ ସେବାୟତମାନଙ୍କୁ ତାଲିମ ଦିଆଯାଉଛି।
ମୋଟ ୧୭୨ ଜଣଙ୍କ ଟେଷ୍ଟ କରାଯିବ। ଏହାର ରିପୋର୍ଟ ଆସିବା ପରେ ସେମାନଙ୍କୁ ସ୍ନାନ ପୂର୍ଣ୍ଣିମା ପାଇଁ କାର୍ୟ୍ୟ କରିବାକୁ ଅନୁମତି ମିଳିବ। ୩ ତାରିଖ ମଧ୍ୟରେ ରିପୋର୍ଟ ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି।