କଟକ,ଏନ୍ଏନ୍ଏସ୍: ରାଜ୍ୟ ସରକାର ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣୁଥିବା ବେଳେ ଏଥିରେ ପ୍ରବାସୀମାନେ ରାଜ୍ୟରେ ଦ୍ୱନ୍ଦ ସୃଷ୍ଟି କରୁଥିବା ଦେଖାଯାଉଛି। ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ପ୍ରବାସୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।
ଯେଉଁ ଲୋକମାନେ ରାଜ୍ୟକୁ ଆସୁଛନ୍ତି ସେମାନଙ୍କ ପାଇଁ କରୋନା ଟେଷ୍ଟ କରାଇବା ବାଧ୍ୟତା ମୂଳକ। ଏଥି ସହ ପ୍ରଥମେ କରୋନା ଟେଷ୍ଟ ଓ ପରେ ପ୍ରବେଶ ବୋଲି କୋର୍ଟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ସମ୍ପୃକ୍ତ ରାଜ୍ୟରେ ଅରଟି-ପିସିଆର ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ପାଇଁ ଅନୁମତି ମିଳିବ। ତେବେ ଜନସ୍ୱାର୍ଥ ମାମଲାରେ ରାଜ୍ୟ ହାଇକୋର୍ଟଙ୍କ ଏହା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।