ପୁରୀରେ ପ୍ରଥମ କରୋନା ସନ୍ଦିଗ୍ଧ

ପୁରୀ : ପୁରୀରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ସଂଦିଗ୍ଧ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ବିଦେଶରୁ ପୁରୀ ଆସିଥିବା ଏହି ସଂଦିଗ୍ଧଙ୍କ ଠାରେ ପ୍ରଥମେ ଜ୍ବର, ଥଣ୍ଡା ଓ କାଶ ଦେଖାଯାଇଥିଲା । ଏହା ପରେ ତାଙ୍କୁ ପୁରୀ ମୋଚିସାହି ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସଂଦିଗ୍ଧଙ୍କ ଶରୀରରେ କରୋନା ଲକ୍ଷଣ ଚିହ୍ନଟ କରାଯାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ରାଥମିକ ପରୀକ୍ଷା ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ତାଙ୍କୁ ଡ଼ାକ୍ତରଖାନାରେ ଆଇସୋଲେସନ୍ ୱାର୍ଡରେ ରଖାଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା ପରେ ତୁରନ୍ତ କଟକ ସ୍ଥାନାନ୍ତର କରାଯିବ ।