ନୂଆଦିଲ୍ଲୀ,ଏଜେନ୍ସି: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏହି ଭାଇରସ ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଥିବା ବେଳେ ୫୦୭ ଜଣ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ଦେଶରେ ୧୫ ହଜାର ୭୧୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୦୭ ଜଣଙ୍କ ଜୀବନ ଯାଇଛି।
ସେହିପରି ଭାବେ ୨୨୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସବୁଠାରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ୩୬୫୧ ହୋଇଥିବା ବେଳେ ଏଠି ୨୧୧ ଜଣ ପ୍ରାଣ ହରେଇଛନ୍ତି। ହେଲେ ୧୪ ଦିନ ଭିତରେ ଦେଶର ୪୫ ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ହେଲେ ଦେଶରେ ସବୁଠୁ ଅଧିକ ଚିନ୍ତା ବଢେଇଛି ନିଜ୍ଜାମୁଦ୍ଦୀନ ଘଟଣା। ଏହାରି କାରଣରୁ ୨୩ ଟି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଛି।