ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ସର୍ବାଧିକ ୮୬୮୧ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ରେକର୍ଡ କରିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ପୁଣି ଚିହ୍ନଟ ହେଲେ ସର୍ବାଧିକ ୮୬୮୧ କରୋନା ସଂକ୍ରମିତ। ଏହି ସଂକ୍ରମିତଙ୍କ ମଧ୍ୟରେ ୪୯୪୮ ଜଣ ସଂକ୍ରମିତ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିଲା ବେଳେ ବାକି ୩୭୩୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ଗତକାଲି ଚିହ୍ନଟ ହୋଇଥିବା ସଂକ୍ରମିତ ମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛି। ସେହିପରି ଅନୁଗୁଳରୁ ୪୧୯, ବାଲେଶ୍ୱରରୁ ୧୫୫, ବରଗଡ଼ରୁ ୪୨୩, ଭଦ୍ରକରୁ ୧୦୩, ବଲାଙ୍ଗିରରୁ ୪୫୯, ବୌଦ୍ଧରୁ ୫୭, କଟକରୁ ୫୭୦, ଦେବଗଡ଼ରୁ ୧୦୨, ଢ଼େଙ୍କାନାଳରୁ ୩୩, ଗଜପତିରୁ ୧୨୫, ଗଞ୍ଜାମରୁ ୧୯୮, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୨୧, ଝାରସୁଗୁଡ଼ାରୁ ୪୧୧, କଳାହାଣ୍ଡିରୁ ୧୯୫, କନ୍ଧମାଳରୁ ୫୪, କେନ୍ଦ୍ରାପଡ଼ାରୁ ୮୫, କେନ୍ଦୁଝରରୁ ୧୪୮, କୋରାପୁଟରୁ ୧୧୩, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୨୨୦, ନବରଙ୍ଗପୁରରୁ ୩୬୮, ନୟାଗଡ଼ରୁ ୧୬୦, ନୂଆପଡ଼ାରୁ ୩୦୪, ପୁରୀରୁ ୫୧୪, ରାୟଗଡ଼ାରୁ ୧୫୧, ସମ୍ବଲପୁରରୁ ୪୧୦, ସୋନପୁରରୁ ୯୮, ସୁନ୍ଦରଗଡ଼ରୁ ୪୭୫ ଓ ଷ୍ଟେଟପୁଲରୁ ୨୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୮୦ ହଜାର ୪୦୦ ଜଣ ସୁସ୍ଥ ହୋଇଛନ୍ତି ଓ ୬୧ ହଜାର ୬୯୮ ଜଣ ଚିକିତ୍ସାଧୀନ ଅଛନ୍ତି।