ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱରେ ବିଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଭାଇରସରେ ଶୁକ୍ରବାର ସକାଳ ସାଢ଼େ ୬ଟା ସୁଦ୍ଧା ବିଶ୍ୱରେ ୩ ଲକ୍ଷ ୩୪ ହଜାର ୯୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିସହିତ ମୋଟ ୫୧ ଲକ୍ଷ ୮୯ ହଜାର ୪୮୮ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୨୦ ଲକ୍ଷ ୭୮ ହଜାର ୫୬୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୭ ଲକ୍ଷ ୭୬ ହଜାର ୮୩୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। କୋରୋନା ଭାଇରସରେ ଅଧିକ ପ୍ରଭାବିତ ହୋଇଛି ସଂଯୁକ୍ତ ରାଷ୍ଟ୍ର ଆମେରିକା। ଏଠାରେ ୧୬ ଲକ୍ଷ ୨୦ ହଜାର ୭୬୭ ଜଣ ଆକ୍ରାନ୍ତ ଥିବା ବେଳେ ୯୬ ହଜାର ୩୧୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ଋଷିଆ ଓ ବ୍ରାଜିଲରେ ମଧ୍ୟ କୋରୋନା ଭୟଙ୍କର ରୂପ ନେଇଛି। ଏହି ୨ଟି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି।
ସେହିପରି ଭାରତରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬ ହଜାରରୁ ଊର୍ଦ୍ଧ୍ୱ କେସ ସାମ୍ନାକୁ ଆସିଛି। ଏହାକୁ ମିଶାଇ ୧ ଲକ୍ଷ ୧୮ ହଜାର ୨୨୬ ଜଣ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି। ସେହିପରି ୨୪ ଘଣ୍ଟାରେ ୧୫୮ରୁ ଊର୍ଦ୍ଧ୍ୱ କୋରୋନା ଜନିତ ମୃତ୍ୟୁ ହୋଇଛି। ଏଥି ସହିତ ୩ ହଜାର ୫୮୪ ଜଣଙ୍କ ମୃତ୍ୟୁ ହେଲାଣି ଭାଇରସରେ। ଏବେ ସୁଦ୍ଧା ୪୮ ହଜାର ୫୫୩ ଜଣ କୋରୋନାରୁ ମୁକ୍ତି ପାଇଛନ୍ତି।