ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର: କାରାଗାରରୁ ୨୧୮ ପଜିଟିଭ ଚିହ୍ନଟ ଜିଲ୍ଲା By Nitidin Last updated Aug 28, 2020 Share ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲାରେ ଆଜି ୪୯୫ ନୂଆ ପଜିଟିଭ ଚିହ୍ନଟ ସହ ଆକ୍ରାନ୍ତଙ୍କ ସଂଖ୍ୟା ୪୨୦୫ରେ ପହଞ୍ଚିଛି। ଆଜିର ସଂକ୍ରମିତଙ୍କ ମଧ୍ୟରେ ରାୟଗଡା ସହରରୁ ସର୍ବାଧିକ ୧୯୧ ଜଣ ଚିହ୍ନଟ ହୋଇଥିବାବେଳେ ରାୟଗଡ଼ା ବିଚାର ବିଭାଗ କାରାଗାରରୁ ୧୫୭ ଏବଂ ଗୁଣପୁର ବିଚାରବିଭାଗ କାରାଗାରରୁ ୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ରାୟଗଡା ସବଜେଲ୍ ଓ ଗୁଣୁପୁର ସବ ଜେଲରେ କୋଭିଡ କେୟାର ସେଣ୍ଟର ଖୋଲାଯାଇଛି। ତେବେ ଏତେ ସଂଖ୍ୟାରେ କଏଦୀ ସଂକ୍ରମଣ ହେବାପରେ ଜିଲ୍ଲା ଜଜ୍ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ଥରୀୟ ଅଧିକାରୀ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ରାୟଗଡା ସବଜେଲରେ ୫ ଜେଲ କର୍ମଚାରୀ ଓ ୧୫୨ ବିଚାରାଧୀନ କଏଦୀ ଏବଂ ଗୁଣୁପରୁ ସବଜେଲରେ ୬୧ ଜଣ ଅନ୍ତେବାସୀ କଏଦୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ନେଗେଟିଭି ଥିବା କଏଦୀଙ୍କ ପାଇଁ ଜେଲ ପରିସରରେ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି। Share