କୁଆଁପାଳ,ଏନ୍ଏନ୍ଏସ୍: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ନାହାଙ୍ଗ ପଂଚାୟତ ଗୌଡ଼ଗୋପ ଗ୍ରାମର ସ୍ମୀତାଞ୍ଜଳୀ ସେଠୀଙ୍କୁ ଉତ୍କଳ ଜନନୀ ଚାରିଟେବୁଲ ଟ୍ରଷ୍ଟ, ବକ୍ସିବଜାର, କଟକ ତରଫରୁ କରୋନା ସେବା ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସକ ରୂପେ ସ୍ମୀତାଞ୍ଜଳୀ ସେଠୀ କାର୍ଯ୍ୟରତ ଅଛନ୍ତି। ସେବା ପାଇଁ ଏହି ସମ୍ମାନରେ ସମ୍ମାନିତ ହୋଇଥିବାରୁ ମାହାଙ୍ଗାରେ ଏହାକୁ ସ୍ୱାଗତ କରାଯାଇଛି।