ରାଜ୍ୟରେ ପୁଣି ୭୨ କରୋନା ସଂକ୍ରମିତ ଚିହ୍ନଟ, ୩୩୫୬୨୦ରେ ପହଞ୍ଚିଲା ପଜିଟିଭ ସଂଖ୍ୟା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଖୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୬୨୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ଆଜିର ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୪୩ଜଣ ଚିହ୍ନଟ ହୋଇଥିବାବେଳେ ୨୯ ଜଣ ସ୍ଥାନୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆଜି ଅନୁଗୁଳରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୫, ବରଗଡରୁ ୪, ବଲାଙ୍ଗିରରୁ ୨, ବୌଦ୍ଧରୁ ୧, କଟକରୁ ୫, ଦେବଗଡରୁ ୧, ଗଜପତିରୁ ୨, ଗଞ୍ଜାମରୁ ୪, ଯାଜପୁରରୁ ୩, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୩, ଖୋର୍ଦ୍ଧାରୁ ୧, ମୟୁରଭଞ୍ଜରୁ ୪, ନବରଙ୍ଗପୁରରୁ ୧, ପୁରୀରୁ ୩, ସମ୍ବଲପୁରରୁ ୨, ସୁନ୍ଦରଗଡରୁ ୧୪ଜଣ ଚିହ୍ନଟ ହୋଇଛନ୍ତି।