କନ୍ଧମାଳରୁ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରୁ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ସଂକ୍ରମିତ ପ୍ରବାସୀ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ତାମିଲନାଡୁରୁ ଫେରିଥିବାବେଳେ ୨ ଜଣ କେରଳରୁ ଫେରିଥିଲେ।  ସେମାନଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ  ବାଲିଗୁଡ଼ା ବଡ଼ଗାଁ ଅସ୍ଥାୟୀ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ସ୍ୱାବ୍ ନମୁନା ସଂଗ୍ରହ କରି ପଠାଯାଇଥିବା ବେଳେ ଗତକାଲି ସେମାନଙ୍କ ରିପୋର୍ଟ ପଜିଟିଭ ଆସିଛି। ସମସ୍ତଙ୍କୁ ଫୁଲବାଣୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୧୭ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୧୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୪୫ ଜଣ ସୁସ୍ଥହୋଇ ଘରୁ ଫେରିଛନ୍ତି।