ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ଜଣାପଡ଼ିଛି। ସୁସ୍ଥ ବ୍ୟକ୍ତି ଜଣଙ୍କ ରାଉରକେଲା ଅଞ୍ଚଳର। ଆଜି ତାଙ୍କର କରୋନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହ ରାଜ୍ୟରେ ମୋଟ ୬୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ଆଜି ଭିତରେ ରାଜ୍ୟରେ ୨୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏଥିରେ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲା ରହିଥିବା ବେଳେ ସମସ୍ତେ ସୁରତ ଫେରନ୍ତା।