ଭୁବନେଶ୍ୱର,ଏନ୍ଏନ୍ଏସ୍ : ମାରାତ୍ମକ କରୋନା ଭାଇରସ କ୍ରିକେଟ୍ ମ୍ୟାଚ୍ ନୁହେଁ । ଏହା କରୋନାର ସମୟ । ଆବେଗର ସମୟ ନୁହେଁ, ପ୍ରତ୍ୟୟର ସମୟ । ପ୍ରତିଦିନ ଆମେ କେବଳ ବ୍ୟବହାର୍ଯ୍ୟ ତଥ୍ୟ ଆପଣଙ୍କ ପାଖରେ ପହଂଚାଇବୁ । ସରକାର ଠିକ ସମୟରେ ଲୋକଙ୍କ ନିକଟରେ ଖବର ପହଂଚାଇବେ । କ୍ରିକେଟ ଭଳି ଆପଣମାନେ ପ୍ରତିଟି ବଲର ସମୀକ୍ଷା କରନ୍ତୁ ନାହିଁ । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବତ୍ର ବାଗଚୀ ଏହା କହିଛନ୍ତି । ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଜରୁରୀକାଳୀନ ସମୟରେ ଘଟଣା ଘଟିବା କ୍ଷଣି ଖବର ଦେବା ସମ୍ଭବ ନୁହେଁ । ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଦେବାକୁ ପଡ଼ିଥାଏ । ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବାର ଆବଶ୍ୟକତା ଅଛି, ସେଠାର ଦିଆଯିବ । ଯେଉଁଠି ଜନହିତ ନାହିଁ, ସେଠି ବ୍ୟକ୍ତିଗତ ବିବରଣୀ ଦିଆଯାଇପାରିବ ନାହିଁ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।