ବାରିପଦା ସାଇବର ସେଲରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ କରୋନା

ବାରିପଦା,ଏନ୍ଏନ୍ଏସ୍: ମୟୁରଭଞ୍ଜ ପୁଲିସ ସାଇବର ସେଲରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜିଲ୍ଲା ସଦରମହକୁମା ବାରିପଦାରେ ନିଯୁକ୍ତ ଏହି ପୁଲିସ କର୍ମଚାରୀ ଜଣଙ୍କ ନିକଟରେ କରୋନା ପରୀକ୍ଷା କରାଇଥିଲେ। ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲେ ହେଁ ରିପୋର୍ଟରେ ସେ ପଜିଟିଭ ଥିବା ଜଣାପଡ଼ିଛି। ଉକ୍ତ କର୍ମଚାରୀ ଜଣଙ୍କ ନିକଟରେ ନିଲମ୍ବିତ ପୂର୍ବତନ ବେତନଟୀ ତହସିଲଦାର ଅନିଶା ଦାସଙ୍କ ତଦନ୍ତ ପ୍ରକ୍ରିୟାରେ ସାମିଲ ଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ଦୁଇ ଥାନା ଅଧିକାରୀଙ୍କ ମଧ୍ୟ କରୋନା ପରୀକ୍ଷା କରାଯାଇଛି। ତେବେ ସେମାନଙ୍କ ରିପୋର୍ଟ ଆସି ନାହିିଁ।