ଭୁବନେଶ୍ୱର : ଦୈନନ୍ଦିନ ଜୀବନରେ ଜଣେ ବ୍ୟକ୍ତି ମୋବାଇଲକୁ ହାରାହାରୀ ୨୬୦୦ ଥର ଛୁଉଁଥାଆନ୍ତି । ୭୬ଥର ବ୍ୟବହାର କରୁଛନ୍ତି । ଏପରିସ୍ଥଳେ ଏହା ସଂକ୍ରମଣକୁ ବଢ଼ାଇପାରେ । ଏଣୁ ବ୍ୟବହାର କରୁଥିବା ମୋବାଇଲ୍ ଫୋନକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଚାରିରୁ ପାଞ୍ଚ ଥର ଏହାକୁ ସାନିଟାଇଜରରେ ପୋଛନ୍ତୁ । ବାହାରକୁ ଯାଉଥିଲେ ଏଣେତେଣେ ମୋବାଇଲ ନ ରଖି ନିଜ ବ୍ୟାଗରେ ରଖନ୍ତୁ ବୋଲି କରୋନା ମୁକାବିଲା କମିଟିି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।