ଦେଶରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି। ମାର୍ଚ୍ଚ ୨୯ରେ ଭାରତରେ ୯୭୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ ପିଜିଟିଭ ଚିହ୍ନଟଙ୍କ ସଂଖ୍ୟା ହୋଇଛି ୮ ହଜାର ୪୪୭। ବର୍ତମାନ ସୁଦ୍ଧା ୭୬୫ ଜଣ ସୁସ୍ଥ ହୋଇଥିବାବେଳେ ପ୍ରାଣ ହରାଇଛନ୍ତି ୨୭୩।
ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁରେ ସ୍ଥିତି ସଙ୍ଗୀନ ହୋଇଛି। ଦିଲ୍ଲୀ ଓ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଏକହଜାର ଟପିଛି। ମହାରାଷ୍ଟ୍ରରେ ବର୍ତମାନ ସୁଦ୍ଧା ୧୨୭ ଜଣ ପ୍ରାଣ ହରାଇଲେଣି। ସେହିଭଳି ଗୁଜରାଟରେ ୨୨, ମଧ୍ୟପ୍ରଦେଶରେ ୩୬, ପଞ୍ଜାବରେ ୧୧ ଓ ତାମିଲନାଡୁରେ ୧୦ ଜଣ ପ୍ରାଣ ହରାଇଲେଣି ଏହାକୁ ଆଖିରେ ରଖି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର କୋଭିଡ୧୯ ହସ୍ପିଟାଲ ଓ ଆଇସୋଲେସନ ବ୍ୟାଡର ବ୍ୟବସ୍ଥା କରିଛନ୍ତି।
ଭାରତରେ କାୟା ମେଲାଇଛି କରୋନା । ଦେଶରେ କରୋନା ସ୍ଥିତି ଧିରେ ଧିରେ ଅନିୟନ୍ତ୍ରିତ ହେବାରେ ଲାଗିଛି । ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି। ଗୋଟିଏ ଦିନରେ ୩୫ଜଣ କରୋନାଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଅନରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୯୧୫୨ ରେ ପହଂଚିଛି । ଏପର୍ୟ୍ୟନ୍ତ ଭାରତରେ ୩୦୮ ଜଣଙ୍କ ମୃତ୍ୟୁ ଘଟିଛି ।
କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ । ବିଶ୍ୱର ପ୍ରାୟ ୨୦୩ରୁ ଅଧିକ ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନା ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ ରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଛି । ଆଜି ଲକ୍ ଡାଉନର ଆଜି ୨୦ ଦିନ । ଏହା ସତ୍ୱେ ଦେଶରେ ଗତ ୨୪ ଘଣ୍ଟା ଭିତରେ ଅନେକ ଜଣ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ବେଳେ ୩୫ଜଣ ପ୍ରାଣ ହରାଇଥିବା ମାମଲା ସାମନାକୁ ଆସିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୯୧୫୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦେଶରେ ୩୦୮ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା। ୮୫୬ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୭ ଜଣ ସକ୍ରିୟ ଅଛନ୍ତି ।
ମହରାଷ୍ଟ୍ରରେ ସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି। ମହାରାଷ୍ଟରେ ଗୋଟିଏ ଦିନରେ ୨୨୧ ଆକ୍ରାନ୍ତ ଚିହ୍ନଟ । ମୋଟ ମହାରାଷ୍ଟ୍ରରେ ୧୯୮୨ ଜଣ ସଂକ୍ରମିତ ଥିବା ବେଳେ ୧୪୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ତାମିଲନାଡ଼ୁରେ ୧୦୪୩ କରୋନା ଆକ୍ରାନ୍ତ ଥିବା ବେଳେ ଦିଲ୍ଲୀରେ ୧୧୫୪। କେରଳରେ ମଧ୍ୟ ପ୍ରାୟ ୩୭୦ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ତେବେ ତେଲେଙ୍ଗାନାରେ ୫୦୪ ଣଜଣ କରୋନା ଆକ୍ରାନ୍ତ ଥିବା ବେଳେ ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୮୦୪ ହୋଇଛି ।ଏଯାଏଁ ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ଥବା ୩୦୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ଅନ୍ୟପଟେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଯେତିକି ଟେଷ୍ଟ କରାଯାଇଛି ଏଥିରେ ୫୪ଟି ପଜିଟିଭ ଥିବା ବେଳେ ବାକି ସବୁ ନମୁନା ନେଗେଟିଭ ଆସିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ହୋଇଛି।