ପାକିସ୍ତାନରେ କରୋନା ବେକାବୁ, ୪ଟି ପ୍ରମୁଖ ସହର ଲକଡାଉନ

ଇସଲାମାବାଦ, ଏଜେନ୍ସି: ପାକିସ୍ତାନରେ କରୋନାର ପ୍ରକୋପ ବଢିବାରେ ଲାଗିଛି। ପାକିସ୍ତାନରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଦେଖାଦେଇଛି। ଫଳରେ ପ୍ରତିଦିନ ଏଠାରେ ଲୋକ ପ୍ରାଣ ହରାଉଛନ୍ତି। ଏତେ ମାତ୍ରାରେ କରୋନା ବୃଦ୍ଧି ପାଉଛି ଯେ, ପାକିସ୍ତାନ ରାଜଧାନୀ ସମେତ ଅନ୍ୟ ତିନୋଟି ସହରରେ ଲକଡାଉନ ଘୋଷଣା କରାଯାଇଛି। ଇସଲାମାବାଦ, କରାଚି , ଲାହୋର ଓ ରାଉଲପିଣ୍ଡ ସହରରେ ଲକଡାଉନ ଘୋଷଣା କରାଯାଉଛି। ସେଠାକାର ପ୍ରଶାସନ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ସପିଂ ମଲ, ରେସ୍ତୋରାଂ ଆଦି ବନ୍ଦ ପାଇଁ ନିର୍ଦ୍ଦେଶ ରହିଥିବାବେଳେ ହସ୍ପିଟାଲ ଓ ମେଡିସିନି ଷ୍ଟୋର ରାତି ୧୦ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ମାର୍କେଟ, ରେଳ ଷ୍ଟେସନ, ସର୍ବସାଧାରଣରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।