ଚୌଦ୍ୱାର ଜେଲରେ କରୋନା ଆକ୍ରାନ୍ତ

କଟକ,ଏନ୍ଏନ୍ଏସ୍: କଟକ ଚୌଦ୍ୱାର ଜେଲର ଜଣେ କ୍ୱାର୍ଡର କରୋନା ମହାମାରୀରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ଚୌଦ୍ୱାର ଜେଲ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଆକ୍ରାନ୍ତ ଜଣଙ୍କ ପୂର୍ବରୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଡ୍ୟୁଟି କରିଥିଲେ।

ସୂଚନା ଅନୁସାରେ ଜେଲର ଏକ ୭୦ ବର୍ଷୀୟ ବୃଦ୍ଧା କ୍ୟାନସର ରୋଗରେ ପୀଡ଼ିତ ଥିବାରୁ ତାକୁ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା। ଏହି ସମୟରେ ଉକ୍ତ ହସ୍ପିଟାଲରେ କଏଦୀକୁ ଜଗିବା ପାଇଁ ୪ ଜଣ କ୍ୱାର୍ଡରଙ୍କୁ ଡ୍ୟୁଟି ଦିଆଯାଇଥିଲା। ଡ୍ୟୁଟି କରି ଫେରିବା ପରେ ୪ ଜଣ କ୍ୱାର୍ଡରଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ଜେଲର ଜଣେ କ୍ୱାର୍ଡର କରୋନା ପଜିଟିଭ ଚିହ୍ନଟ ହେବା ପରେ ବାରାକ ସ୍ଟାଫଙ୍କ ସ୍ୱାବ ଟେଷ୍ଟ ପାଇଁ ପ୍ରଶାସନକୁ ଚିଠି ଲେଖିଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ।