ପୁଣି ଖୋଲିବ ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦ହଜାର ପାଖାପାଖି ପହଞ୍ଚିଲାଣି। ଏଭଳି ସଂକଟ ସମୟରେ ରାଜ୍ୟ ସରକାର ପୁଣି କରୋନା ରୋଗୀଙ୍କ ଲାଗି ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ପ୍ରଥମ ଲହରୀର ପ୍ରଭାବ କମିଯିବା ପରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସା କେନ୍ଦ୍ରକୁ ପୁଣି ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ସିଡିଏମ୍ଓ ଓ ପିଏଚ୍ଓଙ୍କୁ ଆବଶ୍ୟକତା ଅନୁଯାୟୀ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସା କେନ୍ଦ୍ର ଖୋଲିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।