୫୦% କର୍ମଚାରୀରେ ଚାଲିବ ସରକାରୀ ଅଫିସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ନୂଆ ନିର୍ଦ୍ଦେଶନାମା ଆସନ୍ତା ୧୯ ତାରିଖରୁ ଅନ୍ୟାଦେଶ ଯାଏ କାର୍ଯ୍ୟ କରିବ। ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ୍ ଚାଲିବ। କେବଳ ଏସଆରସି ଓ ଓଏସଡିଏମଏ ଅଫିସ୍, ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା ଏବଂ ମହାନଗର ନିଗମ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଭୁବନେଶ୍ୱର ଓ କଟକରେ ଥିବା ବିଭାଗୀୟ ମୁଖ୍ୟ ଦପ୍ତରରେ କର୍ମଚାରୀ କାମ କରିବା ନେଇ ରୋଷ୍ଟର ଡ୍ୟୁଟି କରାଯିବ। ଗତ ୨୦୨୦ ଜୁନ୍ ୧୨ରେ ଜାରି ଏସଓପି ଅନୁସାରେ ସମସ୍ତ ନିୟମ ପାଳନ କରାଯିବ । ଘରୁ କାର୍ଯ୍ୟ କରିବା ଲାଗି ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍ ଯୋଗାଇ ଦିଆଯିବ। ଡେପୁଟି ସେକ୍ରେଟାରୀ ଠାରୁ ତଦୁଦ୍ଧ୍ୱର୍ ପାହ୍ୟାର ଅଫିସର ସବୁ ଦିନ ଅଫିସକୁ ଆସିବେ। ଡ୍ୟୁଟି ନିର୍ଦ୍ଧାରିତ କରାଯାଇ ନଥିବା କର୍ମଚାରୀ ସବୁବେଳେ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ପ୍ରସ୍ତୁତ ରହିବେ ।