କରୋନା ଯୁଦ୍ଧ ୨୧ ଦିନ : ମୋଦୀ

ନୂଆଦିଲ୍ଲୀ : କରୋନା ନେଇ ପୁଣି ସଂବୋଧନ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ବୋଦୀ। ମହାଭାରତ ଯୁଦ୍ଧ ୧୮ଦିନ ପାଇଁ ହୋଇଥିଲା। ଏବେ କରୋନା ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଛି। ଏହି ଯୁଦ୍ଧ ୨୧ଦିନରେ ସରିବ ବୋଲି ଲକ୍ଷ୍ୟ ରାଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।  କରୋନାର ଭୟାବହତାକୁ ଦେଖି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାମାଜିକ ଦୂରତ୍ୱ ହିଁ ଆମକୁ ଏ ଯୁଦ୍ଧରେ ବଜୟୀ କରିବ। ଡାକ୍ତର ଓ ନର୍ସଙ୍କୁ ଈଶ୍ୱରଙ୍କ ଅବତାର କହିଲେ ପ୍ରଧାନମନ୍ତ୍ରୀ। ଡାକ୍ତରମାନେ ନିଜ ଜୀବନ ବିପନ୍ନ କରି ଆମର ସେବା କରୁଛନ୍ତି। କରୋନା ପାଇଁ ବେରୋଜଗାର ଗରିବଙ୍କୁ ସାହାଯ୍ୟ ନିବେଦନ କଲେ । ନବରାତ୍ର ଶେଷ ଯାଏଁ ଦୈନିକ ୯ଜଣ ଗରିବଙ୍କୁ ଖାଦ୍ୟ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗରିବ, ପଶୁ ପକ୍ଷୀଙ୍କୁ ଖାଦ୍ୟ ଦିଅନ୍ତୁ ମା’ ଆର୍ଶୀବାଦ କରିବେ। ସବୁ ରାଜ୍ୟର ରାଜ୍ୟ ସରକାରଙ୍କ ଉପରେ ମୋର ଭରସା ଅଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କରୋନା ମୁକାବିଲା ପାଇଁ ଆମେ ସମେସ୍ତ ପ୍ରୟାସ କରୁଛୁ।