ଦେବଗଡ,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କଲା ଗ୍ରାମରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ପ୍ରସିଦ୍ଧ ଚନ୍ଦନଯାତ୍ରା ମେଳାକୁ ଚଳିତ ବର୍ଷ ସ୍ଥଗିତ କରାଯାଇଥିବା ଜଣା ପଡିଛି । ଆଜି ଚନ୍ଦନଯାତ୍ରା ମେଳା କ୍ରୀୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ସ୍ଥାନୀୟ ମଦନ ମୋହନ ମନ୍ଦିର ପରିସରରେ ସଭାପତି ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାମାଜିକ ଦୂରତା ଦୃଷ୍ଟିରେ ରଖି ବୈଠକରେ ଉପସ୍ଥିତ ସଦସ୍ୟମାନେ ଆଲୋଚନା କରିବା ସହ ମେଳାରେ ଜନ ସମାଗମ ଯୋଗୁଁ କରୋନା ସଂକ୍ରମଣ ଆଶଙ୍କା ସହ ଦେଶରେ ଲକଡାଉନ ଯୋଗୁଁ ଜନସମାଗମକୁ ବାରଣ କରାଯାଇଥିଲା। ଚଳିତ ବର୍ଷ ଆସନ୍ତ ୨୬ ତାରିଖ ଠାରୁ ୫ ମଇ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଚନ୍ଦନ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଥିବା ଏକ ପ୍ରେସ ବିବୃତିରେ ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।