ଭାରତରେ ୧୬୬ରେ ପହଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ସାରା ବିଶ୍ୱରେ ସଙ୍କଟ ପାଲଟିଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭାରତରେ ମୋଟ୍ ୫୭୩୪ କରୋନା ପଜିଟିଭ ଠାବ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୬ କୁ ଛୁଇଁଛି । ଗତ ୨୪ ଘଂଟାରେ ୫୪୦ ନୂଆ ମାମଲା ଠାବ ହୋଇଛି । ଏନେଇ ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଭାରତରେ ସଂକ୍ରମିତ ରାଜ୍ୟ ତାଲିକାର ମହାରାଷ୍ଟ୍ର ଶୀର୍ଷରେ ରହିଛି।

ମହାରାଷ୍ଟ୍ରରେ ୧୧୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୧୧୭ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ । ସେହିପରି ତାମିଲନାଡୁରେ ୭୩୮ ସଂକ୍ରମିତ ଚିହ୍ନଟ, ୨୧ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୬୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇଛନ୍ତି ଓ ୯ ଜଣଙ୍କ ମୃତ୍ୟୁ ହୋଇଛି ।

ଏପଟେ ଓଡିଶାରେ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏପଟେ ଓଡିଶାରେ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।