ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫ରେ ପହଂଚିଛି। ଆଜି ଗଞ୍ଜାମରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ବୟସ ଯଥାକ୍ରମେ ୩୮ ଓ ୪୫ ହୋଇଥିବାବେଳେ ଦୁଇ ଜଣ ଯାକ ସୁରନ୍ତ ଫେରନ୍ତା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି। ଏଥିସହିତ କେବଳ ଗଞ୍ଜାମରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି।