କରୋନା ସଙ୍କଟ: ଦିନକରେ ସର୍ବାଧିକ ୩୩୧ ମୃତ, ମୃତ୍ୟୁସଂଖ୍ୟା ୭ ହଜାରକୁ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ଦିନରେ ସର୍ବାଧିକ ୩୩୧ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୪୬୬କୁ ବୃଦ୍ଧି ପାଇଛି। ଅନ୍ୟପଟେ ଦିନକରେ ୯ହଜାର ୯୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ଏବେସୁଦ୍ଧା ୨ଲକ୍ଷ ୬୬ ହଜାର ୫୯୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ୧ଲକ୍ଷ ୨୯ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନା ଯୋଗୁ ମହାରାଷ୍ଟ୍ର ଓ ଗୁଜରାଟରେ ସବୁଠୁ ଅଧିକ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ୩,୧୬୯ ଓ ଗୁଜରାଟରେ ୧୨୮୦ ଜଣ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ମଧ୍ୟରେ ଭାରତ ଏବେ ଷଷ୍ଠ ସ୍ଥାନରେ ରହିଛି। ଆମେରିକା, ବ୍ରାଜିଲ, ଋଷ, ସ୍ପେନ, ବ୍ରିଟେନ ଯଥାକ୍ରମେ ପ୍ରଥମରୁ ପଞ୍ଚମ ସ୍ଥାନରେ ରହିଛନ୍ତି। କିନ୍ତୁ ଦିନକରେ ଆସୁଥିବା ସର୍ବାଧିକ ଆକ୍ରାନ୍ତଙ୍କ ମଧ୍ୟରେ ଭାରତର ସ୍ଥାନ ତୃତୀୟ କିମ୍ବା ଚତୁର୍ଥରେ ରହିଛି।