କରୋନା : ଭାରତରେ ୨୩୦୧ ଆକ୍ରାନ୍ତ, ୫୬ ମୃତ

ନୂଆଦିଲ୍ଲୀ : କରୋନା ଭୂତାଣୁ ଯୋଗୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୮୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ୧୫୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୩୩୫ ଜଣ ଥିବାବେଳେ ଏହା ପଛକୁ ତାମିଲନାଡୁରେ ୩୦୯ ଓ କେରଳରେ ୨୮୬ ଜଣ ରହିଛନ୍ତି । ସେହିପରି ଦିଲ୍ଲୀରେ ୨୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।