କରୋନାରେ ପ୍ୟାମିଲି କୋର୍ଟ କର୍ମଚାରୀ ମୃତ

ବାରିପଦା,ଏନ୍ଏନ୍ଏସ୍: କୋଭିଡ଼-୧୯ ଭୂତାଣୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବାରିପଦା ଫ୍ୟାମିଲି କୋର୍ଟ କର୍ମଚାରୀ ମୃତ ପ୍ରଭାତ ବେହେରାଙ୍କର ଗତକାଲି ବିଳମ୍ବିତ ରାତିରେ ବାଙ୍କିଶୋଳସ୍ଥିତ କୋଭିଡ଼ ହସ୍ପିଟାଲରେ ମୃତ୍ୟୁ ହୋଇଛି। ପ୍ରଭାତଙ୍କର ହାର୍ଟ ଚୋକ୍ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବାର କୁହାଯାଉଥିବା ସମୟରେ ଏହାକୁ ସାଙ୍ଗସାଥୀ ମହଲ ସହଜରେ ଗ୍ରହଣ କରିପାରି ନାହାନ୍ତି। ଜଣେ ସୁସ୍ଥ ଅବସ୍ଥାକୁ ଫେରି ଆସିଥିବା ବ୍ୟକ୍ତିର ହାର୍ଟ ଚୋକ୍ କରିବା ଉପରେ ପ୍ରଶ୍ନ ଉଠାଇବା ସହ ମୟୂରଭ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ ପରିଚାଳନା ଉପରକୁ ମଧ୍ୟ ଅଙ୍ଗୁଳି ଫଠାଇଛନ୍ତି।