କରୋନା ସଂକ୍ରମଣରେ ସାରା ବିଶ୍ବରେ ୫୪ ହଜାରରୁ ଅଧିକ ମୃତ, ଭାରତରେ ଗଲାଣି ୭୫ ଜୀବନ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱରେ ୫୯ ହଜାର ୪୫୬ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଭାରତରେ ଏଥିରେ ୭୫ ଜଣଙ୍କ ମୃତ୍ୟୁ ହୋଇଛି। ଗତ ବର୍ଷ ଡିସେମ୍ବରରେ ଚୀନରେ ସୃଷ୍ଟି ହୋଇଥିବା କରୋନା ସଂକ୍ରମଣ ଏବେ ୧୯୦ଟି ଦେଶର ୧୧ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ୨ଲକ୍ଷ ୧୧ହଜାର ୬୦୦ ଜଣ ଚିକିତ୍ସା ପରେ ଏହି ସଂକ୍ରମଣରୁ ମୁକ୍ତ ହୋଇସାରିଛନ୍ତି। ଅଧିକାଂଶ ରାଷ୍ଟ୍ର କେବଳ ପରୀକ୍ଷା ଦ୍ୱାରା ସଂକ୍ରମଣ ହୋଇଛି କି ନାହିଁ ଜାଣୁଥିବା ବେଳେ ଏ ପର୍ଯ୍ୟନ୍ତ ସଂକ୍ରମିତମାନଙ୍କୁ ଚିକିତ୍ସା କରିବାର ବ୍ୟବସ୍ଥା କରିପାରି ନାହାନ୍ତି। ଇଟାଲୀରେ ସର୍ବାଧିକ ସଂଖ୍ୟକ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ସ୍ପେନ୍‍ ରହିଛି। ଫ୍ରାନ୍ସରେ ପ୍ରାୟ ୭ହଜାର ଲୋକ କୋଭିଡ୍‍-୧୯ରେ ମୃତ୍ୟୁ ବରଣ କରିଥିଲା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ୭ହଜାରରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇ ସାରିଛନ୍ତି।

କୋଭିଡ୍‍-୧୯ ସଂକ୍ରମଣରେ ଭାରତରେ ମୃତ୍ୟୁ ସଂଖ୍ୟା ୭୫କୁ ଅତିକ୍ରମ କରିଛି। କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଥିବା ବେଳେ ଏବେ ଏହି ସଂଖ୍ୟା ୩ହଜାର ୭୨ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୨୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।