ଗୋଆ,ଏଜେନ୍ସି: ଲକଡାଉନ ପରେ ବିମାନ ବନ୍ଦର ଖୋଲିବା ବେଳେ ବିନା ସ୍ୱାସ୍ଥ୍ୟ ପ୍ରମାଣପତ୍ରରେ କୌଣସି ବି ଯାତ୍ରୀ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ ବୋଲି ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ କହିଛନ୍ତି। ରାଣେଙ୍କ କହିବା ଅନୁସାରେ ସେ ପୂର୍ବରୁ ହିଁ କେନ୍ଦ୍ରୀୟ ନାଗରିକ ଉନ୍ନୟନ ମନ୍ତ୍ରାଳୟ ସାମ୍ନାରେ ଏହି ବିଷୟରେ କଥା ହେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ପ୍ରସ୍ତାବ ଦେଇଥିଲେ। ରାଣେଙ୍କ କହିବାନୁଯାୟୀ ବିନା କୋଭିଡ-୧୯ ପ୍ରମାଣ ପତ୍ରରେ ଯାତ୍ରୀଙ୍କୁ ରାଜ୍ୟରେ ପ୍ରବେଶ କରାଇଦିଆଯିବ ନାହିିଁ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟସ ଏବଂ ରାଜ୍ୟର ସୀମାରେ ୧୦ ଟି ର୍ୟାପିଡ଼ ପରୀକ୍ଷଣ ବୁଥ ଲଗାଯିବ। ଏହା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ କୋଭିଡ-୧୯ ପଜେଟିଭିଙ୍କ ସଂଖ୍ୟା ଶୂନ୍ୟ ହୋଇଥିଲେ ହେଁ ଏହି ନିୟମ ଶେଷ ହେବା ନାହିଁ। ମାହାମାରୀ ଅଧିନିୟମର ନିର୍ଦ୍ଦେଶକୁ ଧ୍ୟାନରେ ରଖି ଆମେ ସାର୍ବଜନିକ ସ୍ଥାନରେ ମାସ୍କ ଅନିବାର୍ୟ୍ୟ କରିବୁ।
ଏହାବ୍ୟତୀତ ରାଣେ କହିଛନ୍ତି, ସେ ସ୍ୱାସ୍ଥ୍ୟ ସଚିବଙ୍କୁ କୋଭିଡ-୧୯ର ଅନିୟମିତ ପରୀକ୍ଷଣ ପାଇଁ ଏକ ପ୍ରୋଟୋକାଲ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କହିଛନ୍ତି, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ନିୟମାବଳୀ ପାଳନ କରିବା ନେଇ ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ।