ନୂଆଦିଲ୍ଲୀ: ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷକୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ସର୍ବାଧିକ ୬୫ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୯୯୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଆମେରିକାରେ ଦିନକରେ ୬୦ ହଜାର ଓ ବ୍ରାଜିଲରେ ୪୯ ହଜାର ୨୭୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଦେଶରେ କରୋନା ଟେଷ୍ଟିଂକୁ ବୃଦ୍ଧି କରାଯାଇଥିବାବେଳେ ଦିନକରେ ୭ ଲକ୍ଷରୁ ଅଧିକ ନମୁନା ଯାଞ୍ଚ କରାଯାଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୨.୭୫ କୋଟିରୁ ଅଧିକ ନମୁନା ଯାଞ୍ଚ ହୋଇସାରିଛି।
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ଲକ୍ଷ ୨୬ ହଜାର ୧୯୨ ହୋଇଥିବାବେଳେ ୪୯ ହଜାର ୩୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୧୬ ଲକ୍ଷ ୮ ହଜାର ଲୋକ ସୁସ୍ଥ ହୋଇଛନ୍ତି ଓ ୬ଲକ୍ଷ ୬୮ ହଜାର ଚିକିତ୍ସିତ ହେଉଛନ୍ତି।