ବିଶ୍ୱରେ ୨୪ ଘଣ୍ଟାରେ ଦେଢ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଦ୍ରତୁ ଗତିରେ ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର ସକାଳ ସାଢ଼େ ୬ଟା ସୁଦ୍ଧା ବିଶ୍ୱରେ ୪ ଲକ୍ଷ ୭୯ ହଜାର ୭୭୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୩ ଲକ୍ଷ ୫୨ ହଜାର ୬୪୫ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଏପର୍ଯ୍ୟନ୍ତ ୫୦ ଲକ୍ଷ ୪୧ ହଜାର ୧୩୭ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୩୮ ଲକ୍ଷ ୩୧ ହଜାର ୭୩୧ ଜଣ ରୋଗୀ ସକ୍ରିୟ ଅଛନ୍ତି।

ସୂଚନା ଅନୁଯାୟୀ କରୋନା ଭୂତାଣୁରେ ଆମେରିକାରେ ସର୍ବଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦେଶରେ ୨୪ ଲକ୍ଷ ୨୪ ହଜାର ୧୬୮ ଜଣ ଲୋକ କରେନା ସଂକ୍ରମିତ ହୋଇଥିବା ବେଳେ ଲକ୍ଷେ ୨୩ ହଜାର ୪୭୩ ଜଣଙ୍କ ମୃତ୍ୟୁ ହୋଇଛି।

ବ୍ରାଜିଲରେ ୧୧ ଲକ୍ଷ ୫୧ ହଜାର ୪୭୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୨ ହଜାର ୭୭୧ ଜଣଙ୍କ ମୃତ୍ୟୁ ହୋଇଛି।

ଋଷିଆରେ ୫ ଲକ୍ଷ ୯୯ ହଜାର ୭୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୩୯୫ ଜଣଙ୍କ ମୃତ୍ୟୁ ହୋଇଛି।