ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ଏକ କରୋନା ପଜିଟିଭ କେସ୍ ସାମ୍ନାକୁ ଆସିଛି। ତେବେ ଏହି କରୋନା ରୋଗୀ ଜଣଙ୍କ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ତେବେ ଏଥିସହ ସୁନ୍ଦରଗଡ଼ରେ ମୋଟ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏହି କରୋନା ରୋଗୀ ଜଣଙ୍କ ରାଉରକେଲାର ନାଲାରୋଡ ଅଞ୍ଚଳର ୨୯ ବର୍ଷୀୟା ମହିଳା। ସେ ତାଙ୍କ ନିକଟରେ ଥିବା ଏକ କରୋନା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଏ ନେଇ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସେଥିମଧ୍ୟରୁ ୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ଅନ୍ୟ ୬ ଜଣ ଚିକିତ୍ସିତ ହେଉଛନ୍ତି।
ସେହିପରି ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଛି। ଆକ୍ଟିଭ କେସ୍ ୧୦୨, ସୁସ୍ଥ-୬୦ ଓ ଜଣେ ମୃତ।