ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରୁ ବର୍ତ୍ତମାନ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ କରୋନା ଆକ୍ରାନ୍ତ ଜଣଙ୍କ ଗଞ୍ଜାମର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟକ୍ତି ଜଣଙ୍କ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏଥିସହ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଞ୍ଚିଛି।
ସେହିପରି ମୋଟ ରାଜ୍ୟରେ ଆକ୍ଟିଭ କେସ୍ ୨୨୩ ଓ ସୁସ୍ଥ ହୋଇଛନ୍ତି ୬୩ ଜଣ। ସେହିପରି ୨ ଜଣଙ୍କ ମୃତ୍ୟୁ ହୋଇଛି।