ଆଜି ରାଜଧାନୀରେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ସଂଖ୍ୟା ଅଧିକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୦୪ ଓ ସ୍ଥାନୀୟ ଅଞ୍ଚଳରୁ ୨୩୮ ସଂକ୍ରମିତ ଅଛନ୍ତି। ସଂଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।

ଆଜିର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଶୈଳଶ୍ରୀ ବିହାରସ୍ଥିତ ଏକ ସରକାରୀ ସଂଗରୋଧରୁ ୮ , ୟୁନିଟ-୬ ରୁ ୬, ଜୟଦେବ ବିହାରରୁ ୪, ମଞ୍ଚେଶ୍ୱରରୁ ୫, ଲକ୍ଷ୍ମୀସାଗରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲରୁ ୧୩ ସଂକ୍ରମିତ ଅଛନ୍ତି। ସେହିଭଳି ଖଣ୍ଡଗିରିରୁ ୧୧, ଏକ ଘରୋଇ ହସ୍ପିଟାଲରୁ ୯, ପଳାଶୁଣୀ, ବିଜେବି ନଗରରୁ ୭, ନିଳାଦ୍ରୀ ବିହାରରୁ ୬, ଗ୍ୟାରେଜ ଛକରୁ ୫ ଓ ବମିଖାଲରୁ ୫ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଭୁବନେଶ୍ୱରରୁ ଆଜି ମୋଟ ୪୨୧କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ଏଥିରେ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ଅଞ୍ଚଳରୁ ୧୮, ରସୁଲଗଡ଼ ଗାଁରୁ ୧୪, ସହିଦ ନଗରରୁ ୧୨, ଆଇଆରସି ଭିଲେଜରୁ ୧୦, ବଡ଼ଗଡ଼ ବ୍ରିଟ କଲୋନୀରୁ ୧୦, ଚକେଇସିହାଣୀରୁ ୧୦, ଭୀମଟାଙ୍ଗୀ ଏଚବି କଲୋନୀରୁ ୮ ଓ ନୟାପଲ୍ଳୀରୁ ୮ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।