ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗତ ୨୪ ଘଣ୍ଟାରେ ୧୬ ହଜାର ୯୨୨ ନୂଆ ଆକ୍ରାନ୍ତ ଚିହ୍ନଟ, ୪୧୮ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ପୁଣି ଥରେ ଦେଶରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ କରୋନାରେ ୧୬ ହଜାର ୯୨୨ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୪୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୭୩ ହଜାର ୧୦୫ରେ ପହଞ୍ଚିଛି। ସେଥିରୁ ୧୪ ହଜାର ୮୯୪ ଜଣଙ୍କ ମୃତ୍ୟୁ ଘଟିଛି। ୨ ଲକ୍ଷ ୭୧ ହଜାର ୬୯୭ ଜଣ ସୁସ୍ଥ ହୋଇଛନ୍ତି। ୧ ଲକ୍ଷ ୮୬ ହଜାର ୫୧୪ ଜଣ ସକ୍ରିୟ ଅଛନ୍ତି।

ସୂଚନା ଅନୁସାରେ କରୋନା ଭୂତାଣୁରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ମଧ୍ୟ ସ୍ଥିତି ବେକାକୁ ହୋଇଛି।