ନୂଆଦିଲ୍ଲୀ,ଏଜେନ୍ସି: ଭରତରେ କରୋନା ଆତଙ୍କ। ଦେଶରେ କରାନା ସଂକ୍ରମିତଙ୍କ ସଂଖ୍ୟା ୧୪୮ରେ ପହଞ୍ଚିଲା। ଦ୍ରୁତ ଗତିରେ ବଢୁଥିବା କୋରୋନାକୁ ନଜରରେ ରଖି ମୈଶୁରୁର ଇନଫୋସିସ୍ରୁ ପାଖାପାଖି ୧୦ ହଜାର କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ଅଞ୍ଚଳକୁ ପଠାଯିବା ପାଇଁ ବନ୍ଦୋବସ୍ତ କରାଯାଉଛି।
ଏଥିପାଇଁ କର୍ଣ୍ଣାଟକ ପରିବହନ ନିଗମ ମୈଶୁରୁ ଇନଫୋସିସ୍ ଟ୍ରେନିଂ ସେଣ୍ଟରରେ ୫ ସୂଚନା କେନ୍ଦ୍ର ଓ ଆଡଭାନ୍ସ ବୁକିଙ୍ଗ କାଉଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କୁ ଦକ୍ଷୀଣ ଭାରତର ଭିନ୍ନ ଭିନ୍ନ ସ୍ଥାନକୁ ନିଆଯିବ।