କରୋନା ପାଇଁ ରାଣ ପକାଅ : ନବୀନ ରାଜ୍ୟ By Nitidin Last updated Mar 24, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ମୁକାବିଲା ରାଣ ଖାଇବାକୁ କହିଲେ ମୁଖ୍ୟମନ୍ତ୍ରୀ । ମୁକାବିଲା ପାଇଁ ନୂଆ ଯୋଜନା ‘ମୋ ଜୀବନ’ ଆରମ୍ଭ ଘୋଷଣା। କରୋନା ଏବେ ଚିନ୍, ଆମେରିକା ଡେଇଁ ଭାରତରେ ପହଂଚିଛି। ଆମ ଘର ପାଖରେ ପହଂଚିଲାଣି। ସତର୍କ ନହେଲେ ଘରକୁ ପଶିଯିବ। ଏଭଳି ସ୍ଥିତିରେ ଆମେ ନିଜ ପିଲାଛୁଆ, ବାପା ମା’ଙ୍କ ନାଁରେ ଶପଥ ନେବା। କହିବା , ମୁଁ ଶପଥ କରି କହୁଛି ଅତି ଜରୁରୀ କାମ ନଥିଲେ ଘର ବାହରକୁ ବାହାରିବି ନାହିଁ। ଯଦି ବି କୌଣସି କାମରେ ବାହରକୁ ଗଲି ଘରକୁ ଆସି ଭଲଭାବେ ୨୦ସେକେଣ୍ଡ ହାତ ଧୋଇବି। ଏହି ଶପଥ ଦୈନିକ ଘରର ସମସ୍ତେ ନେବା, କାନ୍ଥରେ ଲଗାଇବା। ଶପଥ ଭିଡିଓ ସୋସିଆଲ ମିଡିଆରେ ମୋ ପାଖକୁ ପଠାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। https://nitidin.com/wp-content/uploads/2020/03/naveen-1.mp4 Share