ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩ ହଜାର ୪୩୫କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ସକାଳୁ ଏହି ସୂଚନା ଦିଆଯାଇଛି। ଏହି ମାରାତ୍ମକ ଭାଇରସରେ ୧ ଲକ୍ଷ ୧୨ ହଜାର ୬୨୪ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୬୩ ହଜାର ୬୨୪ ଜଣ ସକ୍ରିୟ ଅଛନ୍ତି। ସେହିପରି ସୁସ୍ଥ ହୋଇଛନ୍ତି ୪୫ ହଜାର ୩୦୦ ଜଣ।
ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କେବଳ ୫ ହଜାର ୬୧୧ ଜଣ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଦିନଟି ଭାରତରେ ଗୋଟିଏ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୩୯ ହଜାର ୨୯୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧୩୯୧ ଜଣ ଜୀବନ ହରାଇଛନ୍ତି। ଗୁଜୁରାଟରେ ୭୪୯, ମଧ୍ୟପ୍ରଦେଶରେ ୨୬୭, ଓ ପଶ୍ଚିମବଙ୍ଗରେ ୨୫୩ ଜଣ ଲୋକ ଜୀବନ ହରାଇଛନ୍ତି। ସେହିପରି ରାଜସ୍ଥାନରେ ୧୪୭, ଦିଲ୍ଲୀରେ ୧୭୬ ଓ ତାମିଲନାଡୁରେ ୮୭ ଜଣ ଜୀବନ ହାରିଛନ୍ତି।