ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୧,୫୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୪୮ ଜଣ ଥିବା ବେଳେ ୫୮୦ ଜଣ ଲୋକାଲର ବୋଲି ଜଣାପଡ଼ିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫କୁ ବୃଦ୍ଧି ପାଇଛି। ସେହିପରି ଆଜି ୧୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଛି।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ଗଞ୍ଜାମରୁ ସର୍ବାଧିକ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୧୮, ସମ୍ବଲପୁରରୁ ୧୬୮, ସୁନ୍ଦରଗଡ଼ରୁ ୧୨୬, ଢ଼େଙ୍କାନାଳରୁ ୧୦୭, କଟକରୁ ୭୨, ଭଦ୍ରକରୁ ୭୦, କୋରାପୁଟରୁ ୬୭, ବଲାଙ୍ଗିରରୁ ୫୯, ବାଲେଶ୍ୱରରୁ ୪୩, ମାଲକାନଗିରିରୁ ୩୮, ଯାଜପୁରରୁ ୩୩, ନୟାଗଡ଼ରୁ ୩୨, କଳାହାଣ୍ଡି ଓ ଗଜପତିରୁ ୩୧ ଜଣ ଲେଖାଏଁ, ରାୟଗଡ଼ାରୁ ୨୭, ପୁରୀରୁ ୨୬, ନବରଙ୍ଗପୁରରୁ ୨୩, ମୟୂରଭଞ୍ଜ ଓ ଜଗତସିଂହପୁରରୁ ୨୨ ଜଣ ଲେଖାଏଁ, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୭ ଜଣ ଲେଖାଏଁ, ବରଗଡ଼ରୁ ୧୦, ଝାରସୁଗୁଡ଼ାରୁ ୯, ଅନୁଗୁଳରୁ ୮, ବୌଦ୍ଧରୁ ୭, ସୋନପୁର ଓ କେନ୍ଦୁଝରରୁ ୫ ଜଣ ଲେଖାଏଁ ଏବଂ ନୂଆପଡ଼ାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧,୭୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫, ୩୩୪ ଜଣ ସକ୍ରିୟ ଅଛନ୍ତି।
ସେହିପରି ଆଜି ରାଜ୍ୟରେ ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ନୟାଗଡ଼ର (ଜଣେ ୩୦ ବର୍ଷୀୟ ଯୁବକ, ଜଣେ ୩୪ ବର୍ଷୀୟ ଯୁବକ ଓ ଜଣେ ୭୮ ବର୍ଷୀୟ ବୃଦ୍ଧ), ଖୋର୍ଦ୍ଧାର (ଜଣେ ୮୨ ବର୍ଷୀୟ ବୃଦ୍ଧ, ଜଣେ ୬୯ ବର୍ଷୀୟ ବୃଦ୍ଧ) ଓ ଗଞ୍ଜାମର (ଜଣେ ୮୫ ବର୍ଷୀୟ ବୃଦ୍ଧ, ଜଣେ ୬୫ ବର୍ଷୀୟ ବୃଦ୍ଧ, ଜଣେ ୭୦ ବର୍ଷୀୟ ବୃଦ୍ଧା, ଜଣେ ୫୦ ବର୍ଷୀୟ ବୃଦ୍ଧ, ଜଣେ ୫୫ ବର୍ଷୀୟ ପୁରୁଷ, ଜଣେ ୫୦ ବର୍ଷୀୟ ପୁରୁଷ) ଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ୱରର ଜଣେ ୮୪ ବର୍ଷୀୟ ମହିଳା, ରାୟଗଡ଼ାରୁ ଜଣେ ୪୬ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡ଼ର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୮୬ରେ ପହଞ୍ଚିଛି।