ଦାଢି ରଖିବାରୁ ପୁଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ, ଏଜେନ୍ସି: ଦାଢି ରଖିବା  ଜଣେ ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡିଛି। ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପୁଲିସ ଅଧିକାରୀ ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶର ବାଗପତ ରାମାଲା ଥାନାରେ ନିୟୋଜିତ ଇନ୍ତେସର ଅଲ୍ଲୀ। ତାଗିଦ ପରେ ନମାନିବାରୁ ତାଙ୍କୁ ନିଲମ୍ୱିତ କରାଯାଇଛି। ପୂର୍ବରୁ ଅଲ୍ଲୀଙ୍କୁ ଦାଢ଼ି କାଟିବାକୁ କୁହାଯାଇଥିଲା। ନହେଲେ ଅନୁମତି ଆଣି ଦାଢ଼ି ରଖିବାକୁ କୁହାଯାଇଥିଲା। କିନ୍ତୁ ସେ ମାନି ନଥିରେ।

ବାଗପତର ଏସପି ଅଭିଷେକ ସିଂହ କହିଛନ୍ତି, ପୁଲିସ ନିୟମ ଅନୁଯାୟୀ କେବଳ ଶୀଖମାନେ ହିଁ ଦାଢ଼ି ରଖିପାରିବାର ନିୟମ ରହିଛି। ଅନ୍ୟମାନେ ଦାଢ଼ି ରଖିବାର ନିୟମ ନାହିଁ। ଯଦି ଜଣେ ଦାଢ଼ି ରଖିବାକୁ ଚାହିଁବ ସେ ଅନୁମତି ଆଣି ରଖିପାରିବେ। ତେବେ ଅଲ୍ଲୀଙ୍କୁ ଦାଢ଼ି କାଟିବାକୁ ବାରମ୍ୱାର କୁହାଯାଇଥିଲା। ହେଲେ ନିୟମ ନମାନିବାରୁ ନିଲମ୍ୱିତ ହୋଇଛନ୍ତି ବୋଲି ଏସପି କହିଛନ୍ତି।ଅଲ୍ଲୀ ବାଘପତ ଥାନାରେ ତିନି ବର୍ଷ ହେବ ନିୟୋଜିତ ଥିଲେ।