ବିବାଦ ଘେରରେ ଦିଗବିଜୟ ସିଂହ

ନୂଆଦିଲ୍ଲୀ:କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ନାମ ପୁଣିଥରେ ବିବାଦ ଘେରକୁ ଆସିଛି। ରାଜ୍ୟସଭା ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ବିରୋଧରେ ରାଉଜ ଆଭେନ୍ୟୁ କୋର୍ଟରେ ମାନହାନି ମାମଲା ରୁଜୁ କରିଛନ୍ତି ବିଜେପି ନେତା ରାଜେଶ କୁମାର। ମୁସଲମାନଙ୍କଠାରୁ ଅଧିକ ଅଣମୁସଲିମ୍ ମାନେ ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ଆଇଏସଆଇ ସମ୍ପୃକ୍ତ ବୋଲି ବୟାନ ଦେଇଥିଲେ କଂଗ୍ରେସ ନେତା ଦିଗବିଜୟ ସିଂ।

ଏଥିସହ ବିଜେପି ଏବଂ ବଜରଙ୍ଗ ଦଳ ଅର୍ଥ କାରବାର କରି ଆଇଏସଆଇ ପାଇଁ ଗୁଇନ୍ଦା କାମ କରୁଥିବା ଆରୋପ ମଧ୍ୟ ସେ ଲଗାଇଥିଲେ। ଏହି ବୟାନ ଉପରେ ଆଲୋଚନା କରି ବିଜେପି ପକ୍ଷରୁ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରାଯାଇଛି। ତେବେ ମାନହାନି କେସ୍ ରୁଜୁ ହେବା ପରେ ମଧ୍ୟ ଦିଗବିଜୟ ସିଂହ ନିଜ ମନ୍ତବ୍ୟ କାଏମ ରଖିବା ନେଇ ଗଣମାଧ୍ୟମ ସାମ୍ନାରେ ଯୁକ୍ତି ବାଢିଛନ୍ତି।