ଲଗାଣ ବର୍ଷାରେ ବେହାଲ ମଧ୍ୟପ୍ରଦେଶ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ମଧ୍ୟପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ମଣ୍ଡଳା ଜିଲ୍ଲାରେ ୧୩୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏ ନେଇ ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଥିବାବେଳେ ଭୋପାଳ ଓ ଭିଦିସା ଅଞ୍ଚଳର ଲୋକଙ୍କ ଘରେ ପାଣି ପଶିଯାଇଛି। ସେହିପରି ବରଗୀ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରୁ ଡ୍ୟାମର ୨୧ଟି ଗେଟ୍‌ ଖୋଲାଯାଇଛି। ଭୋପାଳ ସମେତ କିଛି ଜିଲ୍ଲାରେ ଆଜି ସ୍କୁଲ-କଲେଜ ବନ୍ଦ ରହିଛି।

ଏଥିସହ ତଳିଆ ଅଞ୍ଚଳରେ ପାଣି ପଶି ଯିବାରୁ ଗମନାଗମନ ପ୍ରଭାବିତ ହୋଇଛି। ଲୋକ ସମ୍ପର୍କ ମନ୍ତ୍ରୀ ପି ସି ଶର୍ମା ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ବୁଲି ଦେଖିଛନ୍ତି । ଏଥିସହ ପ୍ରଭାବିତ ପରିବାର ସଦସ୍ୟଙ୍କୁ ଖାଦ୍ୟପାନୀୟ ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ମନ୍ତ୍ରୀ ପି ସି ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଉଦ୍ଧାର କରି ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।