ଲଗାତାର ୧୬ ଥର ପାଇଁ ବଢିଲା ତୈଳ ଦର, ଲିଟର ପିଛା ପେଟ୍ରୋଲ ୮୦ ଓ ଡିଜେଲ ୭୭ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ କିଛିଦିନ ମଧ୍ୟରେ ରାଜ୍ୟରେ ୧୬ ଥର ତୈଳ ଦର ବୃଦ୍ଧି ହୋଇଛି। ଏଥିସହିତ ଆଜି ପେଟ୍ରୋଲ ଲିଟର ପିଛା ୩୩ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି। ଫଳରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଭୁବନେଶ୍ୱରରେ ଗତ ୧୬ ଦିନ ଭିତରେ ପେଟ୍ରୋଲ ଦରରେ ୮ ଟଙ୍କା ୪୧ ପଇସା ବୃଦ୍ଧି ହୋଇ ୮୦ ଟଙ୍କା ୧୩ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦରରେ ୯ଟଙ୍କା ୩୧ ପଇସା ବୃଦ୍ଧି ହୋଇ ୭୭ ଟଙ୍କା ୦୪ ପଇସାରେ ପହଞ୍ଚିଛି।