କଣ୍ଟେନମେଣ୍ଟ୍ ଜୋନ୍ ମୁକ୍ତ ହେଲା ରାଜଧାନୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଆଜି ଭୁବନେଶ୍ୱର ସହରର ସମସ୍ତ କଣ୍ଟେନମେଣ୍ଟ୍ ଜୋନ୍ ହଟାଇ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି। ଫଳରେ କଣ୍ଟେନମେଣ୍ଟ୍ ଜୋନ୍ ମୁକ୍ତ ହୋଇଛି ରାଜଧାନୀ।
କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପର୍ଯ୍ୟାୟ କ୍ରମେ ଭୁବନେଶ୍ୱରର ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗରକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ବୁଧବାର ବିଏମସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ତିନି ଅଞ୍ଚଳରୁ କଣ୍ଟେନମେଣ୍ଟ୍ ଜୋନ୍ ହଟାଇ ଦିଆଯାଇଥିବା ସୂଚନା ଦିଆଯାଇଛି। ତେବେ ଏହି ଅଞ୍ଚଳଗୁଡ଼ିକରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ସର୍ଭିଲାନ୍ସ ଜାରି ରହିବ ବୋଲି କୁହାଯାଇଛି। ଏହା ପୂର୍ବରୁ ରାଜଧାନୀର ଦୁଇ ସୀମାରେ ଥିବା ସୁନ୍ଦରପଦା ଓ ଯଦୁପୁରରୁ ଭୁବନେଶ୍ୱର ମହାନଗର ନିଗମ କଣ୍ଟେନମେଣ୍ଟ୍ ହଟାଇ ଦିଅଆଯାଇଥିଲା।