ଭୁବନେଶ୍ୱରରେ ପୁଣି କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ସଂକ୍ରମଣ ବଢ଼ୁଥିବାରୁ ପୁଣି କଣ୍ଟେନମେଣ୍ଟ ଜୋନ୍ ଫେରିଛି। ଏହି ପରିପ୍ରେକ୍ଷୀରେ ଫରେଷ୍ଟ ପାର୍କ ଅଞ୍ଚଳର ରାଜେନ୍ଦ୍ର ବିବାହ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କିଛି ଫ୍ଲାଟରେ ବହୁ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେବାରୁ ବିଏମସି ଏହି ପଦକ୍ଷେପ ନେଇଛି। କଣ୍ଟେନମେଣ୍ଟ ଘୋଷଣା ପରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି। କଣ୍ଟେନମେଣ୍ଟ ଜୋନ ଲୋକଙ୍କୁ ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।